ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୪୦ରୁ ଅଧିକ ବିଏମଡବ୍ଲ୍ୟୁ କାର

ମୁମ୍ବାଇର ନାଭି ମୁମ୍ବାଇର ତୁର୍ବହେ ମିଡସିରେ ଥିବା ଏକ ବିଏମଡବ୍ଲ୍ୟୁ ସର୍ଭିସ୍ ସେଣ୍ଟର କମ୍ ଗୋଦାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୪୦ରୁ ଅଧିକ ବିଏମଡବ୍ଲ୍ୟୁ କାର ଜଳିଯାଇଛି। ଜଳିଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ କମ୍ପାନିର କର୍ମଚାରୀଙ୍କ ମାଲିକାନାରେ ଥିବା କିଛି ଅଣ ବିଏମଡବ୍ଲ୍ୟୁ ହାଇ-ଏଣ୍ଡ କାର ମଧ୍ୟ ଅଗ୍ନିକାଣ୍ଡରେ ଜଳତିପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା। ନିଆଁ ଲିଭାଇବା ପାଇଁ ଭାସି, କୋପର ଖୈରାନେ, ତୁର୍ବ ଏବଂ ଏମଆଇଡିସିରୁ ଦଶଟି ନିଆଁଲାଭା ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଦୁର୍ଘଟଣାରେ କେହି ହତାହତ ହୋଇଥିବାର ଏବେ କୌଣସି ଖବର ଆସିନାହିଁ।
ଏମଆଇଡିସି ଦମକଳ ସେବାର ପ୍ରମୁଖ ଦମକଳ ଅଧିକାରୀ ଆରବି ପାଟିଲ କହିଛନ୍ତି, ମଙ୍ଗଳବାର ସକାଳ ପ୍ରାୟ ସାଢେ ୫ଟା ବେଳେ ବିଏମଡବ୍ଲୁର ଏକ ସୋ’ ରୁମ୍ରେ ନିଆଁ ଲାଗିଯାଥିଲା। ଯାହାଫଳରେ ସେଠାରେ ଥିବା କାର ସବୁ ପୋଡି ପାଉଁଶ ହୋଇଯାଇଛି। ୧୦ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଛି।
ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡି ନାହିଁ। ପୋଲିସ ମାମଲାର ତଦନ୍ତ କରୁଛି। ଏମ୍ଆଇଡିସି ପରିସରର ଯେଉଁ ସ୍ଥାନରେ ନିଆଁ ଲାଗଥିଲା, ସେଠାରେ କାର ଶୋ’ ରୁମ୍ ସହିତ ଓ୍ବାର୍କସପ୍ ଓ ଗୋଦାମ ମଧ୍ୟ ଥିଲା।
Powered by Froala Editor