ହେଲିକପ୍ଟର କ୍ରାସ ଘଟଣା: ୪ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ତାମିଲନାଡ଼ୁ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିସହ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯା ୱେଲଇଂଟନ ଏୟାରବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରକାଶ ଯେ, ବାୟୁସେନାର ଏମଆଇ୧୭-ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାନେଇ ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ବି ରହିଥିଲେ । ସିଡିଏସଙ୍କ ସହ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ଥିଲେ । ସିଡିଏସ ଓ ବରିଷ୍ଠ ଅଧିକାରୀଙ୍କ ସହ ମୋଟ ୧୪ ଜଣ ଥିବା ଜଣାଯାଇଛି । ତେବେହେଲିକପ୍ଟର ଦୁର୍ଘଟଣା ପଛର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।
ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଦୁର୍ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।
Powered by Froala Editor