ସିଡିଏସଙ୍କ ହେଲିକପ୍ଟର କ୍ରାସ
ନୂଆଦିଲ୍ଲୀ: ତାମିଲନାଡ଼ୁରେ ଏକ ବଡ଼ ଅଘଟଣ ଘଟିଛି । ତାମିଲନାଡ଼ୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନାର ଏମଆଇ୧୭-ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାନେଇ ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଥିବା ସୂଚନା ମିଳିଛି ।
ବିପିନ ରାୱତଙ୍କ ସମେତ ତାଙ୍କ ପରିବାର ସଦସ୍ୟ ବି ରହିଥିବା ସୂଚନା ମିଳିଛି । ସିଡିଏସଙ୍କ ସହ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ଥିବା ସୂଚନା ମିଳିଛି । ସିଡିଏସ ଓ ବରିଷ୍ଠ ଅଧିକାରୀଙ୍କ ସହ ମୋଟ ୧୪ ଜଣ ଥିବା ଜଣାଯାଇଛି । ଖରାପ ପାଗ କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ ହୋଇଥିବା କୁହାଯାଉଛି ।
ତେବେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଆହତଙ୍କୁ ବେଲିଂଟନ୍ ବେସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ହେଲିକପ୍ଟର ଦୁର୍ଘଟଣା ପଛର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଦୁର୍ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।
Powered by Froala Editor