ବିଗୁଡୁଛି ଆର୍ଥିକ ସ୍ଥିତି, ଚିନ୍ତାରେ ପାକିସ୍ଥାନ

ନୂଆଦିଲ୍ଲୀ: ପାକିସ୍ଥାନର ବିଗୁଡୁଛି ଆର୍ଥିକ ସ୍ଥିତି। ଅନେକ ଲୋନରେ ବୁଡିଲେଣି ଇମ୍ରାନ ସରକାର। ଏଥିପାଇଁ ପାକିସ୍ଥାାନର ଅନ୍ତରାଷ୍ଟ୍ରୀୟ ବଜାରରେ ବେଜ୍ଜତି ହେଉଛି। ବିଶେଷଜ୍ଞଙ୍କ କହିବା କଥା ଏଭଳି ଅଧିକ ଦିନ ଚାଲିଲେ ମାଟି କାମୁଡିବ ପାକିସ୍ତାନ ଏଭଳିକି ନିଜର ୟୁଏସ ଦୂତାବାସର କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ହେଲାଣି ପାକିସ୍ତାନ। ଅଗଷ୍ଟ ମାସରୁ ଦରମା ନପାଇ ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କଲେଣି ୟୁଏସରେ ପାକିସ୍ତାନ ଦୂତାବାସର କିଛି ଅଫିସରସ। ଇମ୍ରାନଙ୍କ ବିରୋଧରେ ବିଷୋଦାଗାର କରିବା ସହ ତିନି ମାସ ହେଲା କାହିଁକି ଦରମା ମିଳିନି ବୋଲି ଟ୍ୱିଟ କରିଥିଲେ, ଯାହା ପରେ ସୋସିଆଲ ମିଡିଆରେ ଉଠିଥିଲା ଝଡ ।
ସୂଚନାଯୋଗ୍ୟଯେ ଆଇଏମଏଫରୁ ତିନୋଟି କିସ୍ତିରେ ୬ଆରବ ଡଲାର ଲୋନ ମାଗିଛି ପାକିସ୍ତାନ। ସାଉଦି ଆରବ ୨୬ ଅକ୍ଟୋବରରେ ୩ ଆରବ ଡଲାରର ଋଣ ମଞ୍ଜୁର କରିଛି, ହେଲେ ସର୍ତ୍ତ ସମ୍ବଳିତ ଏ ଋଣ ଏବେ ଯାଏଁ ପାକିସ୍ତାନ ଷ୍ଟେଟବ୍ୟାଙ୍କ ଯାଏଁ ବି ପହଞ୍ଚି ପାରିନି ।
କେବଳ ଏତିକି ନୁହେଁ, ମିଡିଆ ରିପୋର୍ଟ କହୁଛି ୧୪ ବିଲିୟନ ଆମେରିକିୟ ଡଲାରର ଋଣକୁ କମେଇବା ପାଇଁ ପାକିସ୍ତାନ ହାଲତ ପୁରାପୁରି ଟାଇଟ ହେଲାଣି। ପାକିସ୍ତାନ ବେଜିଂର ବିତ୍ତୀୟ ଅଧିକାରୀଙ୍କ ଠାରୁ ଋଣର ପୁର୍ନନିର୍ଦ୍ଧାରଣ କହିବା ଆବଶ୍ୟକ ବୋଲି ସମୀକ୍ଷକ ମତ ପ୍ରକାଶ କଲେଣି। ଷ୍ଟେଟବ୍ୟାଙ୍କ ଅଫ ପାକିସ୍ତାନ ଉପରେ ଚାପ ବଢିଚାଲିଛି ।
Powered by Froala Editor