ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଆଣ୍ଟ, ୫ବର୍ଷରୁ କମ୍ ବୟସର ଶିଶୁ କରୋନାରେ ଅଧିକ ସଂକ୍ରମିତ
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢୁଥିବାବେଳେ, ୫ବର୍ଷରୁ କମ୍ ବୟସର ଶିଶୁ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି । ଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ୧୬ହଜାର ୫୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫ଜଣଙ୍କ ମୃତୁ୍ୟ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ପୂର୍ବରୁ ପିଲାମାନେ ଏତେମାତ୍ରାରେ କରୋନାରେ ସଂକ୍ରମିତ ହେଉନଥିଲେ । ତେବେ ତୃତୀୟ ଲହରରେ ଶିଶୁ, କିଶୋର ଓ ଗର୍ଭବତୀ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଦେଖାଯାଉଛି ବୋଲି ଜାତୀୟ ସଂକ୍ରାମକ ରୋଗ ସଂସ୍ଥାନର ଡ. ୱାସିଲା ଜସାଟ କହିଛନ୍ତି । ଏହାର କାରଣ ଜାଣିବା ପାଇଁ ଗବେଷଣା କରାଯାଉଥିବା ଏନଆଇସିଡିର ଡାକ୍ତର ମିଚେଲ ଗ୍ରୁମ୍ କହିଛନ୍ତି । ଦକ୍ଷିଣ ଆଫ୍ରିକାର ୯ପ୍ରଦେଶ ମଧ୍ୟରୁ ୭ଟିରେ ସଂକ୍ରମଣ ଓ ପଜିଟିଭ୍ ବୃଦ୍ଧି ପାଉଥିବା ସୂଚନା ମିଳିଛି ।
Powered by Froala Editor