ଜଣନ୍ତୁ ଓମିକ୍ରନର ଲକ୍ଷଣ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରୁ ପଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ହୁ ହୁ ହୋଇ ବଢିବାରେ ଲାଗିଛି । ଓମିକ୍ରନ ଆଫ୍ରିକାରେ କାୟା ବିସ୍ତାର ଆରମ୍ଭ କରିଥିବାବେଳେ ବତ୍ତମାନ ବିଶ୍ୱର ପ୍ରାୟ ୩୦ଟି ଦେଶକୁ ଏହା ବ୍ୟାପି ସାରିଲାଣି । ଏଥିପାଇଁ ଭାରତରେ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେବା ସତ୍ତ୍ୱେ ଦେଶରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିନ୍ତୁ ଓମିକ୍ରନ ଚିହ୍ନିବେ କିପରି, ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଜଣେ ଡାକ୍ତରଙ୍କ ନିକଟରେ କେବଳ ଥକ୍କାପଣ, ଅଧିକ ହାଲିଆ ଲାଗିବା ଓ ଜ୍ୱର ଦେଖାଦେବାରୁ ସେ କରୋନା ଟେଷ୍ଟ କରାଇ ନେଇଥିଲେ ଓ ଜଣାପଡିଥିଲା ଯେ, ସେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ଅଛନ୍ତି ବୋଲି । ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥାଇ ବି ସେ ଓମିକ୍ରନରେ ଚିହ୍ନଟ ହୋଇଛନ୍ତି । ଅନ୍ୟଜଣେ ୬୬ବର୍ଷର ବ୍ୟକ୍ତି, ଦକ୍ଷିଣ ଆଫ୍ରିକାରୁ ଫେରି ବେଙ୍ଗାଲୁରରେ ରହିଥିଲେ ଓ ପରେ ଦୁବାଇ ଚାଲିଯାଇଥିଲେ । ସେ ମଧ୍ୟ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ତେଣୁ ବିଶେଷଜ୍ଞଙ୍କ କହିବା କଥା କରୋନାର ସାମାନ୍ୟ ଲକ୍ଷଣ ଥିଲେବି ଓମିକ୍ରନ ବ୍ୟାପି ଯାଉଛି । ଡେଲ୍ଟା ଭାରିଆଣ୍ଟ ଭଳି ଓମିକ୍ରନରେ ସେଭଳି ନିଶ୍ୱାସ ନେବାରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଯାଉନାହିଁ ବୋଲି ଆଫ୍ରିକାର ଜଣେ ବିଶେଷଜ୍ଞ କହିଛନ୍ତି ।
Powered by Froala Editor