ଓମିକ୍ରନ ପାଇଁ ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ
ୱାସିଂଟନ: ଆମେରିକାର ବାୟୋଟେକ ଫାର୍ମ ରେଜେନେରନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କୋଭିଡ ଭୂତାଣୁ ପାଇଁ ସିନ୍ଥେଟିକ ଆଣ୍ଟିବଡ଼ି ଚିକିତ୍ସା ନୂତନ ପ୍ରଜାତି ଓମିକ୍ରନ ବିରୋଧରେ କମ ପ୍ରଭାବଶାଳୀ ହୋଇପାରେ । ଏହା ଆଣ୍ଟିବଡ଼ି ସମେତ ଉଭୟ ଟିକା ଏବଂ ମୋନୋକ୍ଲୋନାଲ ଆଣ୍ଟିବଡ଼ି ଇମୁ୍ୟନିଟିକିକୁ ହ୍ରାସ କରିବା ଆଶଙ୍କା ରହିଛି ।
ଓମିକ୍ରନ ଏହାର ସ୍ପାଇକ ପ୍ରୋଟିନକୁ ବାରମ୍ବାର ପରିବର୍ତ୍ତନ କରିବାକୁ ସକ୍ଷମ ହେଉଛି, ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତିତ କରିଛି । ମୋନୋକ୍ଲୋନାଲ ଆଣ୍ଟିବଡ଼ି ଔଷଧରେ ଏବେ କେତେକ ପରିବର୍ତ୍ତନ ଅଣାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଓମିକ୍ରନ ପ୍ରଜାତିର ପ୍ରୋଟିନ ସଂରଚନା ନେଇ ଆସନ୍ତା ମାସରେ ଅଧିକ ତଥ୍ୟ ଆସିବ ବୋଲି କୁହାଯାଇଛି ।
Powered by Froala Editor