ଆଜି ଦେଶରେ କରୋନା ନେଲା ୨୬୭ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ କରୋନ ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି । ଗତ ୨୪ଘଣ୍ଟାରେ ଦେଶରେ ୮ହଜାର୯୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୬୭ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୬୮ହଜାର ୯୮୦ ଛୁଇଁଥିବାବେଳେ ମୃତୁ୍ୟହାର ୧.୩୬ପ୍ରତିଶତ ରହିଛି ।
ଆଜି ଦେଶରେ ୧୦ହଜାର ୨୦୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୫ ପ୍ରତିଶତ ରହିଛି । ଆପରପକ୍ଷରେ ସକ୍ରିୟ ମାମଲା ରହିଛି ୯୯ହଜାର ୨୩ । ୫୪୪ ଦିନ ପରେ ଏହା ସର୍ବନିମ୍ନ ରହିଛି । ସକ୍ରିୟ ମାମଲା ୦.୨୯ ପ୍ରତିଶତରେ ପହଞ୍ଚିଛି । ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩କୋଟି ୪୦ଲକ୍ଷ ୧୮ହଜାର ୨୯୯ ଲୋକ ସୁସ୍ଥ ହୋଇଛନ୍ତି ।
Powered by Froala Editor