ଆଜି ଦେଶରେ ୮ହଜାର ୯୫୪କରୋନା ପଜିଟିଭ୍

ନୂଆଦିଲ୍ଳୀ: ଦେଶରେ ଦିନେ କମିଲେ ଦିନେ ବଢୁଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୮ହଜାର ୯୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୫ଲକ୍ଷ ୫୭ହଜାର ୮୮୨କୁ ବୃଦ୍ଧି ପାଇଛି ।
ଦୈନିକ ପଜିଟିଭ୍ ହାର ୦.୯୮ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭ୍ ହାର ୦.୯୪ପ୍ରତିଶତରୁ କମ୍ ରହିଛି । ବର୍ତ୍ତମାନ ସୁଦ୍ଧା ୧୨୪କୋଟି ୧୦ଲକ୍ଷ ୮୬ହଜାର ୮୫୦ ଜଣଙ୍କ ଟିକାଦାନ ସରିଛି । ସେହିପରି ଗତ ୨୪ଘଣ୍ଟାରେ ୧୦ଲକ୍ଷ ୧୨ହଜାର ୫୨୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ବୋଲି ଆଇସିଏମଆର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩କୋଟି ୪୦ଲକ୍ଷ ୧୮ହଜାର ୨୯୯ଜଣ ସୁସ୍ଥ ହୋଇସାରିଛନ୍ତି । ଏହାରି ଭିତରେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି ।
Powered by Froala Editor