ହୁ ହୁ ହୋଇ ମାଡିଆସିଲାଣି ଓମିକ୍ରନ, ଭାରତରେ ଖୁବଶୀଘ୍ର ଲୋକଙ୍କୁ ଦିଆଯାଇପାରେ ବୁଷ୍ଟର ଡୋଜ୍
ନୂଆଦିଲ୍ଲୀ: ହୁ ହୁ ହୋଇ ମାଡିଆସିଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟିୁ ହୋଇଛି । ଭାରତରେ ଏଯାଏ ବିଧିବଦ୍ଧ ଭାବେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇନଥିଲେ ମଧ୍ୟ ବିଦେଶରୁ ଅନେକ ଲୋକ ଫେରିଥିବାରୁ ଏହା ଚିନ୍ତାର କାରର ପାଲଟିଛି ।
ଏସବୁ ଭିତରେ କରୋନା ବିରୋଧୀ ଟିକାକରଣକୁ ନେଇ ବଡ ସୂଚନା ମିଳିଛି । ଭାରତରେ କରୋନାର ଓମିକ୍ରନ ଭାରିଏଣ୍ଟକୁ ମାତ ଦେବା ପାଇଁ ଖୁବଶୀଘ୍ର ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇପାରେ । ତେବେ କେବଳ କିଛି ସ୍ୱତନ୍ତ୍ର ମାମଲାରେ ହିଁ ବୁଷ୍ଟର ଡୋଜ୍ର ବ୍ୟବହାର ହେବ । ଦେଶର କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡା ଏନକେ ଅରୋରା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସ୍ୱତନ୍ତ୍ର ମାମଲା ପାଇଁ ଟିକାର ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ୍ର ବ୍ୟବହାର କରାଯାଇ ପାରେ । ଏଥିପାଇଁ ନୀତି ନିର୍ଦ୍ଧାରଣ ମଧ୍ୟ କରାଯିବ । ସମସ୍ତଙ୍କୁ ଏବେ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ନାହିଁ । ତାଙ୍କ କହିବା ଅନୁଯାୟୀ, ବୁଷ୍ଟର ଡୋଜ୍ ସହ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ମଧ୍ୟ ଗରୁତ୍ୱ ଦିଆଯିବ । ପ୍ରାୟ ୪୪ କୋଟି ପିଲାଙ୍କୁ ଟିକା ଦିଆଯିବ । ଏଥିପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ୍ ଗାଇଡଲାଇନ ଜାରି କରାଯିବ ବୋଲି ସେ କହିଛନ୍ତି ।
Powered by Froala Editor