ଆଜି ଦେଶରେ ୬ହଜାର ୯୯୦ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଉପର ତଳ ହେଉଛି କରୋନା ସଂକ୍ରମଣ । ଦିନେ କମିଲେ ଦିନେ ବଢୁଛି । ଗତ ୨୪ଘଣ୍ଟାରେ ଦେଶରେ ୬ହଜାର ୯୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭ୍ ହାର ୦.୯୪ ପ୍ରତିଶତରୁ କମ୍ ରହିଛି । ଦୈନିକ ପଜିଟିଭ୍ ହାର ୦.୯୮ ପ୍ରତିଶତ ରହିଛି ।
ଇତିମଧ୍ୟରେ ୬୩ କୋଟିରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ବୋଲି ଆଇସିଏମଆର ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୫ଲକ୍ଷରୁ ଅଧିକ ରହିଛି । ସେହିପରି ଆଜି ଦେଶରେ କରୋନାରୁ ୧୦ହଜାର ୧୧୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାରି ଭିତରେ ନୂଆ ଭାରିଆଣ୍ଟ ଓମିକ୍ରନଙ୍କୁ ନେଇ ସମସ୍ତଙ୍କ ଚିନ୍ତା ବଢିବାରେ ଲାଗିଛି ।
Powered by Froala Editor