ମର୍ମନ୍ତୁଦ ଦୁର୍ଘଟଣା:୧୭ମୃତ

କୋଲକାତା: ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ହଂସଖାଲିର ଫୁଲବାରି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । । ଅକାଳରେ ଲିଭିଯାଇଛି ୧୭ ଜଣଙ୍କ ଜୀବନ ଦୀପ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ପଥର ବୋଝେଇ ଟ୍ରକ ସହ ଏକ କାରର ଧକ୍କା ହେବା ଫଳରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ।
ସୂଚନାଅନୁସାର, ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ପାଖାପାଖି ୨୦ ଜଣ ଏକ ଗାଡିରେ ଯାଉଥିଲେ । କୁହୁଡି ପାଇଁ ରାସ୍ତା ସ୍ପଷ୍ଟ ଦେଖାଯାଉ ନଥିଲା । ଫଳରେ ଟ୍ରକ ସହିତ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତ ଆହତଙ୍କୁ ଶକ୍ତିନଗର ହସ୍ପଟାଲରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନା ଅନୁସାରେ କୁହୁଡି ଓ ଦ୍ରୁତ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।
Powered by Froala Editor