ଭାରତରେ ଓମିକ୍ରାନ ଭୟ : ୨ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ
ଦକ୍ଷିଣ ଆଫ୍ରିକାରେ ମାରାତ୍ମକ ଓମିକ୍ରାନ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ସେଠାରୁ ଫେରିଥିବା ୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କ ଶରୀରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓମିକ୍ରାନ କି ନା ତାହା ଜିନୋମ ସିକ୍ବେନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ପ୍ରାରମ୍ଭିକ ପରୀକ୍ଷଣରେ ତାହା ଡେଲଟା ଭାରିଆଣ୍ଟ ବୋଲି ଜଣାପଡ଼ିଛି ।
ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଜିଲ୍ଲାପାଳଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଆଜି ୧୦ଟି ଦେଶରୁ ମୋଟ ୫୮୪ ଜଣ ଯାତ୍ରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ ୯୪ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ । ଏୟାରପୋର୍ଟରେ ସେମାନଙ୍କ ଟେଷ୍ଟିଂ ବେଳେ ଦୁଇଜଣ ଦକ୍ଷିଣ ଆଫ୍ରିକୀୟ ନାଗରିକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହା ପରେ ସେମାନଙ୍କ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପୁଣେ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ତାହା ଓମିକ୍ରନ କି ନା ବୋଲି ଜଣାପଡ଼ିବ । ଉକ୍ତ ଦୁଇଜଣ ଯାତ୍ରୀଙ୍କୁ ଏକାନ୍ତବାସରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଟ୍ରାଭେଲ ହିଷ୍ଟ୍ରୀ ଉପରେ ନଜର ରଖାଯାଇଛି ।
ଏହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି। କାରଣ ଓମିକ୍ରାନ ଭାରିଏଣ୍ଟ ଅଧିକ ମାରାତ୍ମକ ଓ ଟିକାକୁ ମଧ୍ୟ ଏହା ମାତ ଦେବାରେ ସକ୍ଷମ ହେଉଥିବା କୁହାଯାଉଛି। ଓମିକ୍ରାନ ଯେମିତି ଭାରତରେ ନ ବ୍ୟାପିବ ସେଥିପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି।
Powered by Froala Editor