ଆଜି କୋରାପୁଟରେ ସ୍ମାର୍ଟକାର୍ଡ ବାଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
ଜୟପୁର: ଆଜି କୋରାପୁଟ ଜିଲ୍ଲାରେ ବଣ୍ଟାଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ । ଭର୍ଚ୍ଚୁଆଲ ମାଧ୍ୟମରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ୟ୍ୟାୟରେ ୩ ଲକ୍ଷ ୭୦ ହଜାର କାର୍ଡ଼ ବଣ୍ଟାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହି କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ । ଏଥିସହିତ ୮୬୬ କୋଟି ଟଙ୍କା ବ୍ୟୟରେ ୬୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ ।
କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହିତ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରମୁଖ ଯୋଗଦେବେ ।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦ ଜଣଙ୍କୁ ପ୍ରଥମେ କାର୍ଡ଼ ବଣ୍ଟନ କରାଯିବା ପରେ ଜିଲ୍ଲାର ଅନ୍ୟ ସବୁ ସ୍ଥାନରେ କାର୍ଡ଼ ବଣ୍ଟନ କରାଯିବ ।
Powered by Froala Editor