ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ
ଡିସେମ୍ବର ୧୫ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା । ବିଦେଶକୁ ଉଡ଼ିବ ବିମାନ । ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଏ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବେସାମିରକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶୁକ୍ରବାର ଏ ସୂଚନା ଦେଇଛି ।
ଡିସେମ୍ବର ୧୫ରୁ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚୀନ୍, ମରିସସ୍, ସିଙ୍ଗାପୁର, ବାଂଲାଦେଶ, ବୋତସ୍ୱାନା, ଜିମ୍ବାୱେ ଏବଂ ନ୍ୟୁଜିଲାଣ୍ଡ ବ୍ୟତୀତ ଅବଶିଷ୍ଟ ଦେଶ ପାଇଁ ନିୟମିତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି।
ଗତବର୍ଷ ମହାମାରୀ କରୋନା ପାଇଁ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରି ଦିଆଯାଇଥିଲା । ଏହା ପରେ ସୀମିତ ଦେଶ ସହ ଏୟାର ବବଲ ପ୍ୟାକେଟ୍ ଜରିଆରେ ସୀମିତ ଉଡ଼ାଣ କରାଯାଇଥିଲା । ଏବେ ୨୮ ଦେଶ ଭାରତର ଏୟାର ବବଲ ପ୍ୟାକେଟ୍ ରହିଛି । ଏଥିରେ ଆମେରିକା, ବ୍ରିଟେନ୍, ୟୁଏଇ, କେନିଆ, ଭୁଟାନ ଓ ଫ୍ରାନ୍ସ ଆଦି ଦେଶ ରହିଛନ୍ତି । ଏସବୁ ଦେଶକୁ ଭାରତରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରୁଛି ।
Powered by Froala Editor