ରୁଷ କେମେରୋଭୋରେ ଅଗ୍ନିକାଣ୍ଡ : ୫୨ ଜଣଙ୍କ ମୃତ୍ୟୁ
ଗୁରୁବାର ରାତିରେ ରୁଷ ସାଇବେରିଆର କେମେରୋଭୋ ଅଞ୍ଚଳର ଏକ କୋଇଲା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ହୋଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ମର୍ମନ୍ତୁଦ ଖଣି ଦୁର୍ଘଟଣା ବୋଲି ଜଣାପଡିଛି।
ସ୍ଥାନୀୟ ପ୍ରଶାସନର କହିବା ଅନୁଯାୟୀ, ୩୮ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଅନ୍ୟ ୧୩ ଜଣଙ୍କୁ ବିନା ଆଡମିଶନରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ସମୟରେ ୨୮୫ ଲୋକ ଅଣ୍ଡରଗ୍ରାଉଣ୍ଡରେ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଆରମ୍ଭରୁ ଖଣି ଭିତରୁ ଉଦ୍ଧାର କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଏବଂ ପୁଲିସ ସେଠାରେ ପହଞ୍ଚିଥିଲା। ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
Powered by Froala Editor