ମିଜୋରାମରେ ଭୂକମ୍ପ : ଥରିଲା ତ୍ରିପୁରା, ମଣିପୁର, ଆସାମ
ମିଜୋରାମରେ ଶୁକ୍ରବାର ଭୋର ସମୟରେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ପରିମାପ କରାଯାଇଛି । ଭୋର ପ୍ରାୟ ୫.୧୫ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଭୂଗର୍ଭରେ ଏହା ୧୨ କିଲୋମିଟର ନିମ୍ନରେ ସଂଘଟିତ ହୋଇଥିବା ଜଣାଯାଇଛି । ଭୂମିକମ୍ପର ପ୍ରଭାବ ସମଗ୍ର ତ୍ରିପୁରା, ମଣିପୁର, ମିଜୋରାମ ଏବଂ ଆସାମରେ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।
ବାଂଲାଦେଶ ଅନ୍ତର୍ଗତ ଚିଟ୍ଟାଗଙ୍ଗର ୧୮୩ କିଲୋମିଟର୍ ପୂର୍ବାଞ୍ଚଳ ହେଉଛି ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ। ‘ସିସ୍ମୋଲୋଜି ସେଣ୍ଟର୍’ କହିବା ଅନୁସାରେ, ଭୋର୍ ୫.୧୪ରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା। ପୁନଶ୍ଚ ସକାଳ ୫.୫୩ରେ ଦ୍ବିତୀୟ ବାର ସେଠାରେ ଭୂମିକମ୍ପ ସଂଘଠିତ ହୋଇଥିବା ରିପୋର୍ଟ ମିଳିଛି।
ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସଂଗ୍ରହ କରୁଥିବା ‘ୟୁରୋପିଆନ୍-ମେଡିଟେରାନିଆନ୍ ସିସ୍ମୋଲୋଜିକାଲ ସେଣ୍ଟର୍’ର (ଇଏମ୍ଏସ୍ସି) କହିଛି ଯେ, ସୁଦୂର କୋଲ୍କାତାରେ ମଧ୍ୟ ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିଲା
Powered by Froala Editor