ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ଅଧ୍ୟାପକ
କରୁର: ତାମିଲନାଡୁର କରୁରଠାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିବାର ଦିନକ ପହରେ ତାଙ୍କର ୪୨ ବର୍ଷୀୟ ଗଣିତ ଆଧ୍ୟାପକ ସବଣନ ତି୍ରଚିସ୍ଥିତ ଶ୍ୱଶୁର ଘରେ ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି । ଯୌନ ନିର୍ଯାତନା କାରଣରୁ ଛାତ୍ରୀ ଆତ୍ମହତ୍ୟା କରିଥିବା ତାଙ୍କ ଚିଠିରୁ ଜଣାପଡ଼ିଥିଲେ ମଧ୍ୟ ସେ କାହାରି ନାଁ ଲେଖି ନଥିଲେ, କିନ୍ତୁ କିଛି ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ତାଙ୍କୁ ଟାହିଟାପରା କରିବାରୁ ସେ ଅପମାନିତ ହୋଇ ଚରମ ପଦକ୍ଷେପ ନେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ଏହାକୁ ନେଇ ଅଞ୍ଚଳରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ ଯେ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ପୁଲିସ ସର୍ବଣନଙ୍କ ସମେତ ତାଙ୍କ ଶିକ୍ଷାନୁଷ୍ଠାନର କେତେକ ଅଧ୍ୟାପକ ଓ ସହପାଠୀଙ୍କୁ ପଚରାଉଚରା କରିଥିଲେ ।
Powered by Froala Editor