ଦୁଇ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଇଁ ଆୟୋଜିତ କାର୍ୟ୍ୟକ୍ରମକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରପତି କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଏହା ପରେ ନଭେମ୍ବର ୨୫ରେ ହାରକୋର୍ଟ ବଟଲର ବୈଷୟିକ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି । ସେହିଦିନ ୟୁପିର ଗୌତମ ନଗର ଜେୱାରେ ଥିବା ନୋଏଡା ଅନ୍ତର୍ଜୀତୀୟ ବିମାନବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।ପ୍ରକାଶ ଥାଉ କି, ଗତ ୧୬ ତାରିଖରେ ଦୁଇଦିନିଆ ପଞ୍ଜାବ ଓ ହରିୟାଣା ଗସ୍ତରେ ଯାଇଥିଲେ ରାଷ୍ଟ୍ରପତି । ଚଣ୍ଡିଗଡର ପଞ୍ଜାବ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବା ସହ ହରିୟାଣାର ଭିୱାନୀ ଜିଲ୍ଲାର ସୁଇ ଗାଁ ପରିଦର୍ଶନ କରିଥିଲେ । ଏହାସହ ସେଠାକାର ଜନସାଧାରଣଙ୍କ ପାଇଁ ଥିବା କିଛି ପ୍ରକଳ୍ପ ଓ ସୁବିଧାର ଶୁଭାରମ୍ଭ କରିଥିଲେ ।
Powered by Froala Editor