ବଦଳିଲା ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ଡ୍ରେସ୍ କୋଡ୍
ବିବାଦ ପରେ ଆଇଆରସିଟିସି ରାମାୟଣ ଏକ୍ସପ୍ରେସ ଟ୍ରେନରେ ୱେଟରଙ୍କ ପୋଷାକ ବଦଳାଇ ଦେଇଛି । ୱେଟରଙ୍କ ପୋଷାକକୁ ନେଇ ଉଜୈନର ସାଧୁମାନେ ଆପତ୍ତି ଉଠାଇଥିଲେ। ଏହାପରେ ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକକୁ ପରିବର୍ତ୍ତନ କରାଯାଇଥିଲା ବୋଲି ଗତ ସୋମବାର ସନ୍ଧ୍ୟାରେ ଆଇଆରସିଟିସି ଟୁଇଟରରେ ଏହାର ସୂଚନା ଦେଇଛି। ଆଇଆରସିଟିସି ଟୁଇଟ୍ କରି ଜଣାଇଛନ୍ତି ଯେ, ଏହି ୱେଟରଙ୍କ ପୋଷାକକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଯାଇଛି ।
ସୂଚନା ଥାଉକି, ରାମାୟଣ ଏକ୍ସପ୍ରେସ ଟ୍ରେନରେ ୱେଟରଙ୍କ ପୋଷାକକୁ ବିରୋଧ କରାଯାଇଥିଲା । ଅଯୋଧ୍ୟା-ରାମେଶ୍ବର ଟ୍ରେନରେ କମଳା ରଙ୍ଗର ପୋଷାକ ପିନ୍ଧି ୱେଟର ବାସନ ଉଠାଉଥିବା ଭିଡିଓ ଭାଇରାଲ ହେବା ପରେ ଉଜୈନର ସନ୍ଥ ସାମଜ ଏହାକୁ ସାଧୁ ସନ୍ଥଙ୍କ ଅପମାନ ବୋଲି କହିଥିଲେ। ଏହାକୁ ନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।ଯଦି ଏହି ପୋଷାକ ପରିବର୍ତ୍ତନ ନକରାଯାଏ ତେବେ ସେମାନେ ଡିସେମ୍ବର ୧୨ରେ ଦିଲ୍ଲୀରେ ଏହି ଟ୍ରେନ୍ ବନ୍ଦ କରିବେ ବୋଲି ଧମକ ଦେଇଥିଲେ । ଏହାପରେ ଆଇଆରସିଟିସି ଟୁଇଟ୍ କରି ଜଣାଇଛନ୍ତି ଯେ ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଯାଇଛି ।
ରାମାୟଣ ଏକ୍ସପ୍ରେସ ଟ୍ରେନ ୧୭ ଦିନିଆ ଟୁରରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡିତ ସମସ୍ତ ପର୍ଯ୍ୟଟନ ସ୍ଥଳିର ଦର୍ଶନ କରାଇବ। ଟ୍ରେନ୍ରେ ଯାତ୍ରୀଙ୍କ ପାଇଁ ବିନା ପିଆଜ ରସୁଣର ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ । ଏଥିସହ ଯାତ୍ରୀ ଟ୍ରେନ୍ ଭିତରେ ରାମାୟଣ କଥା ଭଜନ କିର୍ତ୍ତିନ ମଧ୍ୟ ଶୁଣିପାରିବେ ।
Powered by Froala Editor