Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ...

  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ...

  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ...

  • ସୋସିଆଲ ମିଡିଆ ବ୍ୟବହାର ପାଇଁ ...

  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ...

  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ...

  • ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା

  • ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ...

  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ...

Home ›› ››ବିଜୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ରାୟଗଡା ଜିଲ୍ଲା

ବିଜୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ରାୟଗଡା ଜିଲ୍ଲା

2021-11-23 10:17:44
14436
Share:
Facebook
Twitter
E-Mail
WhatsApp
Telegram
ବିଜୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ରାୟଗଡା ଜିଲ୍ଲା


ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡା  ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୮ ଲକ୍ଷ  ୩୦ ହଜାର ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୧୭ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି । ସେହିପରି ଜିଲ୍ଲାରେ ମା ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ରାୟଗଡା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରାୟଗଡାରେ ଜଳସେଚନର ସୁବିଧା ପାଇଁ ଦୁଇଟି ମେଗା ଲିଫ୍‌ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହାଦ୍ବାରା ଗୁଣୁପୁର ବ୍ଲକ୍‌ର ୧୦୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

ରାୟଗଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ  ୮ ଲକ୍ଷ ୩୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହାଦ୍ବାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ।

 

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ।  ଏହାଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ସେମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦  ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ସ୍ମାର୍ଟ ହେଲ୍‌ଥ କାର୍ଡ ସମ୍ଭବ କରିପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା  -  ସମସ୍ତେ  ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

 

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା,  ସାଂସଦ ଶ୍ରୀ ଭାସ୍କର ରାଓ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି  ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ରୂପାନ୍ତର ଆଣିବାରେ ସକ୍ଷମ  ହୋଇଛି ବୋଲି କହିଥିଲେ। ବିକାଶ ତଥା କଲ୍ୟାଣ କ୍ଷେତ୍ରରେ ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା
    ଦେଶ-ଦେଶାନ୍ତର

    ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା

    13843
    Mar 26, 2026
  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ
    ଦେଶ-ଦେଶାନ୍ତର

    ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ

    13752
    Mar 27, 2026
  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ

    14422
    Mar 26, 2026
  • ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି

    15227
    Mar 26, 2026
  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା
    ଦେଶ-ଦେଶାନ୍ତର

    ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା

    15302
    Mar 26, 2026
  • ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ମହଙ୍ଗା ହେବ
    ଦେଶ-ଦେଶାନ୍ତର

    ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ମହଙ୍ଗା ହେବ

    14415
    Mar 26, 2026
  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ
    ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ

    14620
    Mar 27, 2026
  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....
    ଦେଶ-ଦେଶାନ୍ତର

    ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....

    14147
    Mar 27, 2026
  • ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା
    ଦେଶ-ଦେଶାନ୍ତର

    ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା

    14109
    Mar 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14869
    Mar 27, 2026
  • ଦେଶ-ଦେଶାନ୍ତର

    ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା

    15302
    Mar 26, 2026
  • ଦେଶ-ଦେଶାନ୍ତର

    ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....

    14147
    Mar 27, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17386
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17450
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17799
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16270
    Apr 03, 2021

ବିଶେଷ

  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14869
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15299
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15014
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13997
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15148
    Mar 20, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15023
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15530
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13828
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14269
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ

    13752
    Mar 27, 2026
  • ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି

    15227
    Mar 26, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14869
    Mar 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In