ସପ୍ନା ଚୌଧୁରୀଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି
ଆସନ୍ତା ୨୨ ତାରିଖ ସୁଦ୍ଧା ଡ୍ୟାନସର ସପ୍ନା ଚୌଧୁରୀଙ୍କୁ ଗିରଫ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି ଲକ୍ଷ୍ମୌର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗୀ ।
ଗତ ୨୦୧୮ ଅକ୍ଟୋବର ୧୩ ତାରିଖରେ ଲକ୍ଷ୍ମୌରେ ତାଙ୍କର ଏକ ନୃତ୍ୟ କାର୍ଯ୍ୟକ୍ରମ ଲାଗି ଟିକେଟ ବିକ୍ରି କରାଯାଇଥିଲା । ମାତ୍ର ସେ ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ସତ୍ତ୍ବେ ଦର୍ଶକଙ୍କ ଟିକେଟ ବାବଦ ଅର୍ଥ ଫେରସ୍ତ କରି ନଥିଲେ । କାର୍ଯ୍ୟକ୍ରମ ବାତିଲ ହୋଇଥିବାରୁ ତାଙ୍କ ବିରୋଧରେ ଅକ୍ଟୋବର ୧୪ ତାରିଖରେ ସ୍ଥାନୀୟ ଆସିୟାନା ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କ ସହ ଅନ୍ୟ ୫ ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା ।
Powered by Froala Editor