ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ
ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ କିମ୍ବା ପରିବାରର ମୁଖ୍ୟ ନିଜ ନାମରେ ଏକ ସିମ୍ କାର୍ଡ ଜାରି କରନ୍ତି । କେତେକଙ୍କୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଏକରୁ ଅଧିକ ସିମ୍ କାର୍ଡ ବ୍ୟବହାର କରିବାକୁ ପଡ଼ିପାରେ । କିନ୍ତୁ ଏହି ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ସରକାର ଏବଂ ଦୂରସଂଚାର ବିଭାଗ ସିମ୍ କାର୍ଡ ସମ୍ପର୍କରେ ନୂଆ ନିୟମ ଲାଗୁ କରିଛନ୍ତି ।
ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଛି । ଟେଲିକମ୍ କମ୍ପାନୀ ଗୁଡ଼ିକୁ ଅନୁମତିପ୍ରାପ୍ତ ସୀମାଠାରୁ ଅଧିକ ମୋବାଇଲ୍ ସଂଯୋଗ ପାଇବାରୁ ଲୋକଙ୍କୁ ରୋକିବାକୁ କୁହାଯାଇଛି । ଯେଉଁ ଗ୍ରାହକମାନଙ୍କ ନାମରେ ପୂର୍ବରୁ ୯ଟି ସିମ୍ କାର୍ଡ ପଞ୍ଜିକୃତ ହୋଇଛି ସେମାନେ ୧୦ତମ ସିମ୍ କାର୍ଡ ପାଇପାରିବେ ନାହିଁ । ଏହି ନିୟମ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ।
ପୂର୍ବରୁ ଏହି ନିୟମ ଲାଗୁ କରାଯାଇଥିଲା କିନ୍ତୁ ଏହାକୁ କଡ଼ାକଡ଼ି ପାଳନ କରାଯାଉନଥିଲା । ଅପରାଧୀମାନେ ଏହି ସୁଯୋଗର ଫାଇଦା ଉଠାଉଥିଲେ । ଯେହେତୁ ବଜାରରେ ଅନେକ ସିମ୍ କାର୍ଡ ସହଜରେ ଉପଲବ୍ଧ ହେଉଥିଲା, ତେଣୁ ଜଣଙ୍କ ନାମରେ ଏକାଧିକ ସିମ୍ କାର୍ଡ କିଣିବା ସମ୍ଭବ ହେଉଥିଲା । କିନ୍ତୁ ଦୂରସଂଚାର ବିଭାଗ ଦ୍ୱାରା ଲାଗୁ ହୋଇଥିବା ଏହି ନୂତନ ନିୟମ ଦ୍ବାରା ଜଣେ ବ୍ୟକ୍ତିଙ୍କ ନାମରେ ଆଉ ଅଧିକ ସିମ୍ କାର୍ଡ କିଣି ହେବନାହିଁ ।
ଏକ ସର୍କୁଲାରରେ, ଟେଲିକମ୍ ବିଭାଗ ) ଟେଲିକମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ଯେଉଁମାନଙ୍କ ନାମରେ ପୂର୍ବରୁ ସର୍ବାଧିକ ସଂଖ୍ୟକ ସିମ୍ କାର୍ଡ ଅନୁମତିପ୍ରାପ୍ତ ଅଛି ସେମାନଙ୍କୁ ଚିହ୍ନଟ କରନ୍ତୁ । ଏହିପରି ଗ୍ରାହକମାନଙ୍କୁ ସୂଚିତ କରାଯିବ ଯେ, ସେମାନେ ଆଉ ଏକ ମୋବାଇଲ୍ ସଂଯୋଗ ପାଇପାରିବେ ନାହିଁ ।
ଆପଣଙ୍କ ନାମରେ କେତେ ସିମକାର୍ଡ ପଞ୍ଜିକୃତ ହୋଇଛି ତାହା ଆପଣ ଯାଞ୍ଚ କରିପାରିବେ । ସରକାର ସଞ୍ଚାର ସାଥୀ ପୋର୍ଟାଲରେ ଆପଣଙ୍କ ମୋବାଇଲ୍ ନମ୍ବର ପ୍ରବେଶ କରି ଆପଣଙ୍କ ନାମରେ କେତୋଟି ନମ୍ବର ପଞ୍ଜିକୃତ ହୋଇଛି ତାହା ଆପଣ ଯାଞ୍ଚ କରିପାରିବେ ।
Powered by Froala Editor