ବିଜୟଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ବାର୍ଷିକ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦେବେ
ନୂଆଦିଲ୍ଲୀ: ଅଭିନେତାରୁ ନେତା ବନିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ବଡ଼ ଘୋଷଣା। ଏଣିକି ବିଜୟ ସରକାର ତାମିଲନାଡୁର ପ୍ରତି ପରିବାରକୁ ବାର୍ଷିକ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦେବେ। ଯେଉଁ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ସେମାନଙ୍କୁ ହିଁ ମାଗଣା ଏଲପିଜି ସିଲିଣ୍ଡର ମିଳିବ। ବିଧାନସଭାରେ ବିଜୟ ଘୋଷଣା କରିଛନ୍ତି ଯେ ୨୦୨୭ ପୋଙ୍ଗଲରୁ ଆନ୍ନାପୁରାନି ସୁପର ସିକ୍ସ ସ୍କିମ ଆରମ୍ଭ ହେବ। ଏହାଦ୍ୱାରା ରାଜ୍ୟର ୧.୩୦ କୋଟି ପରିବାର ଲାଭବାନ ହେବେ। ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୩ଟି ଏଲପିଜି ସିଲିଣ୍ଡର ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଏହି ଯୋଜନା ପାଇଁ ସରକାର ବାର୍ଷିକ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ତାମିଲନାଡୁ ବିଧାନସଭା ନିର୍ବାଚନ ବେଳେ ବିଜୟଙ୍କ ଟିଭିକେ ଲୋକଙ୍କୁ ମାଗଣାରେ ୬ଟି ସିଲିଣ୍ଡର ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏବେ ବିଜୟ ବାର୍ଷିକ ୩ଟି ସିଲିଣ୍ଡର ଟଙ୍କା ଲୋକଙ୍କ ଆକାଉଣ୍ଟକୁ ପଠାଯିବ ବୋଲି କହିଛନ୍ତି। ଏହାବାଦ ବିଜୟ ରାଜ୍ୟର କିନ୍ନରଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ଏଣିକି କିନ୍ନରମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ। ଏହାବାଦ ମହିଳାଙ୍କ ପାଇଁ ଲଞ୍ଚ ହୋଇଥିବା ଭେଟ୍ଟ୍ରି ପାୟାନା ଥିତାମ ଯୋଜନାର ପରିସରକୁ ବ୍ୟାପକ କରାଯାଇଛି।ଯୋଜନାର ପରିସର ବ୍ୟାପକ ହେବାର ଅର୍ଥ ଏଣିକି ମହିଳାମାନେ କେବଳ ସାଧାରଣ ବସ୍ରେ ମାଗଣାରେ ଯାତ୍ରାର ସୁବିଧା ପାଇବେ ନାହିଁ, ବରଂ ଏକ୍ସପ୍ରେସ, ଏଲଏସଏସ ଓ ଡ୍ୟୁଲକ୍ସ ବସ୍ରେ ମଧ୍ୟ ମାଗଣାରେ ଯିବା ଆସିବା କରିପାରିବେ। ଅନ୍ତଃଜିଲ୍ଲା ଯାତ୍ରା ପାଇଁ ମଧ୍ୟ ଏହି ସୁବିଧା ମହିଳାମାନଙ୍କୁ ମିଳିବ ବୋଲି ବିଜୟ କହିଛନ୍ତି।
Powered by Froala Editor