ବୃଦ୍ଧାଙ୍କ ଉପରେ ଝପ୍ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ
କର୍ଣ୍ଣାଟକର କୋପ୍ପଳ ଅଞ୍ଚଳର ବି.ଟି. ପାଟିଲ ନଗରରେ ୯୧ ବର୍ଷୀୟା ବୃଦ୍ଧାଙ୍କୁ ମାରିଦେଲା ମାଙ୍କଡ଼। ହଠାତ୍ କେଉଁଠୁ ଆସିଲା ମାଙ୍କଡ଼। କିଛି ବୁଝିବା ଆଗରୁ ବୃଦ୍ଧାଙ୍କ ଉପରକୁ ଝାମ୍ପି ପଡ଼ିଲା। ଧକ୍କା ଏତେ ଜୋର୍ ଥିଲା ଯେ ଭାରସାମ୍ୟ ହରାଇ ତଳେ ପଡ଼ିଗଲେ ବୃଦ୍ଧା। ପୂରା ଘଟଣା ଘର ବାହାରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ୯୧ ବର୍ଷୀୟା ନଜମୁନ୍ନିସା ବେଗମ୍ ଘର ପରିସରରେ ମାଙ୍କଡ଼ ଆସିଥିବା ଜାଣି ବାହାରକୁ ଆସିଥିଲେ। ହଠାତ୍ ସେହି ମାଙ୍କଡ଼ ତାଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲା। ନଜମୁନ୍ନିସା ତଳେ ପଡ଼ିବା ପରେ ତାଙ୍କ ଝିଅ ତୁରନ୍ତ ଦୌଡ଼ି ଆସି ମା’ଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ମଧ୍ୟ ମାଙ୍କଡ଼ ଆକ୍ରମଣ କରିଥିଲା। ପରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଏ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମାଙ୍କଡର ଉତ୍ପାତ ଯୋଗୁଁ ଲୋକେ ଲୋକେ ତାକୁ ଧରି ଜଙ୍ଗଲରେ ଛାଡିବାକୁ ବନବିଭାଗକୁ ଦାବି କରିଛନ୍ତି ।
Powered by Froala Editor