ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ମାରିଥିଲେ
ପୁନେର ବହୁଚର୍ଚ୍ଚିତ କେତନ ହତ୍ୟା ମାମଲାରେ ସିୟା ଗୋୟଲ ଓ ଚେତନ ଚୌଧୁରୀଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଅଣାଯାଇଛି । ପୁଲିସ ମୁତାବକ, ଜୁନ ୧୮ରେ ଜାଲ୍ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ କେତନଙ୍କୁ ଲୋହାଗଡ଼ ଡକାଯାଇଥିଲା। ଏହାପରେ ସିୟା କେତନଙ୍କୁ ଧକ୍କା ଏବଂ ଚେତନ ଗୋଇଠା ମାରିଥିଲେ ।
୨୦୨୬ ଫେବ୍ରୁଆରୀରେ ପୁନେର ଏକ ନାମୀ ହୋଟେଲରେ କେତନ ଅଗ୍ରୱାଲ ଏବଂ ସିୟାଙ୍କର ନିର୍ବନ୍ଧ ହୋଇ ହାଇଥିଲା। ପ୍ରକୃତରେ ତା'ର ଦୁଇ ମାସ ପୂର୍ବରୁ ହିଁ ସିୟା ବିବାହ କରିସାରିଥିଲେ । ବିବାହିତା ସିୟା ନିଜ ବାହାଘରର ଦୁଇ ମାସ ପରେ କେତନଙ୍କ ସହ ନିର୍ବନ୍ଧ କରିଥିଲେ । ଏହି ବାହାଘର ବାବଦରେ ତିନି ଜଣ ଜାଣିଥିଲେ । ସେମାନେ ହେଲେ ସିୟା, ଚେତନ ଏବଂ ଚେତନଙ୍କ ବନ୍ଧୁ ରିତେଶ ହାଙ୍ଗେ । ପରେ ସିୟା, ଚେତନ ଏବଂ ରିତେଶ ମିଶି କେତନଙ୍କୁ ରାସ୍ତାରୁ ହଟାଇବା ଲାଗି ଉପାୟ ଖୋଜିଥିଲେ।
ସାକ୍ଷୀଙ୍କ ବୟାନ, ଡିଜିଗଲ୍ ପ୍ରମାଣ, ମୋବାଇଲ୍ ଫୋନ୍ ଡାଟା, ଚାଟ୍, ଫଟୋ, କଲ୍ ରେକର୍ଡ ଏବଂ ସିସଟିଭି ଫୁଟେଜ୍କୁ ନେଇ ଚାର୍ଜସିଟ ପ୍ରସ୍ତୁତ ହୋଇଛି। ଅଦାଲତ ଏବେ ଚାର୍ଜସିଟର ଯାଞ୍ଚ କରିବେ ଏବଂ ଅଭିଯୁକ୍ତଙ୍କ ବିରୋଧରେ କେଉଁ ଅପରାଧରେ ଆନୁଷ୍ଠାନିକ ଭାବେ ଚାର୍ଜ ଫ୍ରେମ କରାଯିବ ତାହା ସ୍ଥିର କରିବେ ।
Powered by Froala Editor