ଦନ୍ତାର ମୃତଦେହ ଠାବ

ବ୍ରହ୍ମପୁର: ଦିଗପହଣ୍ଡି ବନବିଭାଗ ରେଞ୍ଜ ତଥା ଚିକିଟି ସେକ୍ସନ ଅନ୍ତର୍ଗତ ପନାଡ଼ ଗାଁ ନିକଟ ଜଙ୍ଗଲ ପାଖ ଜମିରେ ଏକ ମୃତ ଦନ୍ତା ହାତୀକୁ ଠାବ କରିଛି ବନ ବିଭାଗ। ମଙ୍ଗଳବାର ମଧ୍ୟରାତ୍ରରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ମୃତ ହାତୀକୁ ଠାବ କରିଥିଲା। ମୃତ ହାତୀଟି ଏକ ଦନ୍ତା ହାତୀ ଅଟେ। କେଉଁ ପରିସ୍ଥିତିରେ ତାହାର ମୃତ୍ୟୁ ହୋଇଛି ତାର ତଦନ୍ତ ଆରମ୍ଭ କରିଛି ବନ ବିଭଗ ।
ଗତ କିଛି ଦିନ ହେବ ୧୩ ଟିକିଆ ହାତୀ ପଲ ପ୍ରଥମେ ଦିଗପହଣ୍ଡି ବ୍ଲକ୍ ଓ ଏବେ ଚିକିଟି ବ୍ଲକ୍ ଅଞ୍ଚଳରେ ଘୁରି ବୁଲୁଛନ୍ତି। ସୋମବାର ରାତିରେ ତୁଳସୀଖାଲ ପାହାଡରୁ ଓହ୍ଲାଇ ଆଖପାଖ ଗାଁ ଦେଇ ଧାନରାସିଆ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପନ୍ନାଡ ଓ ଏରେଣ୍ଡ୍ରା ମଧ୍ୟବର୍ତ୍ତୀ ଇଲାକାରେ ରହିଥିଲେ। ତେବେ ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିବା ହାତୀ ପଲର ଏହି ଦନ୍ତାଟି କିଭଳି ମଲା ତାହାର ତଦନ୍ତ କରୁଛି ବନ ବିଭାଗ ।
Powered by Froala Editor