୧୧୭ ଜଣ ସବ୍ଇନ୍ସପେକ୍ଟରଙ୍କ ପଦୋନ୍ନତି
କଟକ: ରାଜ୍ୟ ପୁଲିସ ବାହିନୀରେ କାର୍ୟ୍ୟରତ ୧୧୭ ଜଣ ସବ୍ଇନ୍ସପେକ୍ଟର (ଏସ୍ଆଇ) ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ପଦୋନ୍ନତି ପାଇଥିବା ନବନିଯୁକ୍ତ ଇନ୍ସପେକ୍ଟରମାନଙ୍କୁ ରାଜ୍ୟର ବିଭିନ୍ନ ପୁଲିସ୍ ଜିଲ୍ଲା, ପୁଲିସ୍ ଏଷ୍ଟାବ୍ଲିସ୍ମେଣ୍ଟ୍କୁ ବଦଳି କରାଯାଇଛି ।ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ଏସ୍ପିମାନଙ୍କୁ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଭ୍ ପରେ ସମ୍ପୃକ୍ତ ନବନିଯୁକ୍ତ ଇନ୍ସପେକ୍ଟରମାନଙ୍କୁ ବଦଳି ହୋଇଥିବା ଜିଲ୍ଲା ଏବଂ ଏଷ୍ଟାବ୍ଲିସ୍ମେଣ୍ଟ୍ରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଶାସନିକ ଆବଶ୍ୟକତା ଏବଂ ଖାଲି ଥିବା ପଦବି ପୂରଣ ଲାଗି ଏସ୍ଆଇମାନଙ୍କୁ ପଦୋନ୍ନତି ଦିଆଯାଇ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି ବୋଲି ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ଅଧିକାରୀମାନେ ୨୦୧୧ ଏବଂ ୨୦୧୨ ବ୍ୟାଚ୍ର ବୋଲି ସୂଚନା ମିଳିଛି ।
Powered by Froala Editor