ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ ସମ୍ପର୍କିତ କାର୍ଯ୍ୟକ୍ରମ ପାଇଁ ଭାରତ ଗସ୍ତ କରିଥିଲେ ଏବଂ ସୋସିଆଲ ମିଡିଆରେ ନିଜ ଗସ୍ତର ମୁଖ୍ୟ ଅଂଶଗୁଡ଼ିକୁ ଶେୟାର କରିଥିଲେ। ଏହି ଭିଡିଓଗୁଡ଼ିକର ଏକ ଉଲ୍ଲେଖନୀୟ ବିଶେଷତ୍ୱ ହେଉଛି ସଙ୍ଗୀତ; ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ନିଜ ପୋଷ୍ଟରେ ବଲିଉଡ ଗୀତଗୁଡ଼ିକୁ ସାମିଲ କରିଥିଲେ, ଯାହା ବେଶ ଧ୍ୟାନ ଆକର୍ଷଣ କରିଥିଲା।
ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ ସମ୍ମିଳନୀର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ଏବଂ ପ୍ରତ୍ୟେକ ପୋଷ୍ଟ ସହିତ ଏକ ବଲିଉଡ ଗୀତ ଯୋଡ଼ିଥିଲେ। ସେ ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ‘ଭାରତ ମଣ୍ଡପମ’ରେ ସ୍ବାଗତ କରୁଥିବାର ଦେଖିବାକୁ ମିଳିଥିଲା ଏବଂ ଏଥିରେ ‘ତୁଝେ ଦେଖା ତୋ ୟେ ଜାନା ସନମ) ଗୀତ ବ୍ୟବହାର କରାଯାଇଥିଲା।
ଅନୱର ଇବ୍ରାହିମ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କ ସହ ଥିବା ଫଟୋ ମଧ୍ୟ ଶେୟାର କରିଥିଲେ, ଯେଉଁଥିରେ ‘ଦିଲ ତୋ ପାଗଲ ହେ’ ଗୀତ ବ୍ୟବହାର କରାଯାଇଥିଲା। ଏହା ବ୍ୟତୀତ, ସେ ‘ହର୍ ଦିଲ ଯୋ ପ୍ୟାର୍ କରେଗା’, ‘କାନ୍ଧୋଁ ସେ ମଲତେ ହୈଁ କାନ୍ଧେ’ ଏବଂ “‘ଐସା ଦେଶ ହୈ ମେରା’ ଭଳି ଗୀତ ମଧ୍ୟ ବ୍ୟବହାର କରିଥିଲେ।
ବ୍ରିକ୍ସ ସମ୍ମିଳନୀର ଶେଷ ଦିନରେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବ୍ରେକଫାଷ୍ଟ ସମୟରେ ସାକ୍ଷାତ କରିଥିଲେ।
Powered by Froala Editor