ବିଜେପି ଛାଡିଲେ ଶ୍ରବନ୍ତୀ ଚାଟାର୍ଜୀ

ବିଜେପି ଛାଡିଲେ ବଙ୍ଗୀୟ ଅଭିନେତ୍ରୀ ଶ୍ରବନ୍ତୀ ଚାଟାର୍ଜୀ। ବିଧାନସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ମାର୍ଚ ୨ ତାରିଖରେ ସେ ‘ବିଜେପି’ରେ ଯୋଗ ଦେଇ ଜଣେ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡିବା ନେଇ ସେ ଟ୍ୱିଟରରେ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗକୁ ଆଗକୁ ବଢ଼ାଇବା ପାଇଁ ବିଜେପିର ଆନ୍ତରିକତା ଅଭବା ରହିଥିବା ସେ ଅଭିଯୋଗ ଆଣିଛନ୍ତି।
ଶ୍ରବନ୍ତୀ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ବିଜେପି ସହ ମୋର ସମ୍ପର୍କ ଛିନ୍ନ କରିଦେଇଛି। ବିଜେପିରେ ସାମିଲ ହୋଇ ମୁଁ ରାଜ୍ୟରେ ଗତ ବିଧାନସଭା ନିର୍ବାଚନ ଲଢ଼ିଛି କିନ୍ତୁ ଏବେ ମୁଁ ଏହି ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗକୁ ଆଗକୁ ନେବାକୁ ବିଜେପିର ଉତ୍ସାହ ଏବଂ ଆନ୍ତରିକତାର ଅଭାବ ରହିଛି। ଏଭଳି ପରିସ୍ଥିତିରେ ମୁଁ ଭାରତୀୟ ଜନତା ପାର୍ଟି ଛାଡିଦେବାକୁ ଉଚିତ ମନେ କରୁଛି ବୋଲି ସେ କହିଛନ୍ତି।’
ବିଧାନସଭା ନିର୍ବାଚନ ସମୟରେ ଶ୍ରବନ୍ତୀ ଚାଟାର୍ଜୀ ଚଳିତ ବର୍ଷ ମାର୍ଚ୍ଚରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ ଦଳ ତାଙ୍କୁ ବେହାଲା ବିଧାନସଭା ଆସନରୁ ଟିକେଟ ଦେଇଥିଲା। ତେବେ ସେ ଏହି ଆସନରୁ ପରାଜୟ ହୋଇଥିଲେ। ପ୍ରାୟ ୮ମାସ ଧରି ବିଜେପିରେ ରହିବା ପରେ ସେ ଦଳରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି।
Powered by Froala Editor