ଫିକା ପଡିବ ସୁନାର ଚମକ
ସୁନାର ଚମକ ଧିରେ ଧିରେ ଫିକା ପଡିବା ପରି ଅନୁମାନ କରାଯାଉଛି । ଜାନୁଆରୀ ୨୦୨୬ରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୫, ୬୦୨ର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ପ୍ରାୟ ୨୮ ପ୍ରତିଶତ ହ୍ରାସ ପାଇଛି । ଗତ କିଛି ଦିନରେ ମୂଲ୍ୟ ୨ ଥର ଆଉନ୍ସ ୪ ହଜାର ତଳକୁ ଖସି ଆସିଛି । ବର୍ତ୍ତମାନ ପ୍ରାୟ ୪,୦୪୦ରେ କାରବାର ହେଉଛି ।
ଚଳିତବର୍ଷ ସୁନା ଉପରେ ସବୁଠାରୁ ବଡ଼ ପ୍ରଭାବ ଇରାନ ଯୁଦ୍ଧ ଏବଂ ଏହା ସହିତ ଜଡ଼ିତ ଘଟଣା ସହିତ ରହିଛି । ଏହି ବୈଶ୍ୱିକ ଉତ୍ତେଜନା ଯୋଗୁଁ ଅଶୋଧିକ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଥିଲା । ଯଦିଓ ପରେ ଯୁଦ୍ଧବିରତି ଆଶାରେ ତୈଳ ମୂଲ୍ୟ ହ୍ରାସ ପାଇଥିଲା କିନ୍ତୁ ଆମେରିକା-ଇରାନ ଆଲୋଚନା ଭାଙ୍ଗିବା ଏବଂ ନୂଆ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ବଜାର ଉପରେ ଅନିଶ୍ଚିତତା ସୃଷ୍ଟି କରିଛି ।
ଜାନୁଆରୀରେ ଭାରତରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ପ୍ରାୟ ୧୮୦,୦୦୦ର ଶୀର୍ଷରେ ପହଞ୍ଚିଛି। ବର୍ତ୍ତମାନ ସୁନା ମୂଲ୍ୟ ୧.୪୩ ଲକ୍ଷକୁ ହ୍ରାସ ପାଇଛି । ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରୁ ୩୭ ହଜାରକୁ ହ୍ରାସ ପାଇଛି । ଗତ କିଛି ମାସ ଧରି ସୁନା ମୂଲ୍ୟ ସ୍ଥିର ଭାବରେ ହ୍ରାସ ପାଉଛି ।
Powered by Froala Editor