ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’
ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଓଡିସି’ ବକ୍ସ ଅଫିସରେ ୧୦୦ କୋଟି ଟଙ୍କାର ନେଟ୍ କଲେକ୍ସନ୍ ଅତିକ୍ରମ କରିଛି। ଫିଲ୍ମଟି ଇଂରାଜୀ, ହିନ୍ଦୀ, ତାମିଲ୍ ଓ ତେଲୁଗୁ ଭାଷାରେ ପ୍ରଦର୍ଶିତ ହେଉଛି।
୧୭ ଜୁଲାଇ ୨୦୨୬ରେ ମୁକ୍ତିଲାଭ କରିଥିବା ‘ଦ ଓଡିସି’ ପ୍ରଥମ ଦିନରେ ୧୭.୪୦ କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ଶନିବାରରେ ୨୨ କୋଟି ଏବଂ ରବିବାରରେ ୨୧.୯୦ କୋଟି ଟଙ୍କା କମାଇ ପ୍ରଥମ ୱିକେଣ୍ଡରେ ମୋଟ ୬୧.୩ କୋଟି ଟଙ୍କାର ବ୍ୟବସାୟ କରିଥିଲା।
ୱର୍କିଂ ଡେ’ରେ ଫିଲ୍ମର ଆୟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲେ ମଧ୍ୟ, ୱିକେଣ୍ଡ ଆରମ୍ଭ ହେବା ସହ କଲେକ୍ସନ୍ରେ ବଡ଼ ଉଛାଳ ଆସିଛି। ଦେଶବ୍ୟାପୀ ୪,୫୯୧ଟି ଶୋ’ ଏବଂ ୪ଟି ଭାଷାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ରିଲିଜ୍ର ୯ମ ଦିନରେ ୧୧.୦୫ କୋଟି ଟଙ୍କା ଆୟ କରିଛି। ଏହା ସହିତ ଫିଲ୍ମର ମୋଟ ନେଟ୍ କଲେକ୍ସନ୍ ୧୦୮.୨୦ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ଭାରତରେ ଫିଲ୍ମର ଗ୍ରୋସ୍ କଲେକ୍ସନ୍ ୧୨୯.୧୫ କୋଟି ଟଙ୍କା ହୋଇଛି।
Powered by Froala Editor