ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ଡିସଚାର୍ଜ
ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ଧରି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଡିସଚାର୍ଜ ପରେ ସୋନମ ୱାଙ୍ଗଚୁକ ପ୍ରଥମେ ଦିଲ୍ଲୀର ରାଜଘାଟକୁ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେ ନିଜ ଘର ଲଦାଖକୁ ଫେରିବେ। ସୋନମ ୱାଙ୍ଗଚୁକ ନିଜ 'X' ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, "ଶେଷରେ ମୋତେ ହସ୍ପିଟାଲରୁ ଡିସଚାର୍ଜ କରାଯାଉଛି। ପ୍ରଥମେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି, ତା'ପରେ ପର୍ବତମାଳାକୁ ଫେରିଯିବି।" ସେ ମେଦାନ୍ତ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ଚିକିତ୍ସା ଏବଂ ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସୋନମ ୱାଙ୍ଗଚୁକ ନୂଆଦିଲ୍ଲୀର ଜନ୍ତରମନ୍ତରରେ ୨୬ ଦିନ ଧରି ଅନଶନ କରିଥିଲେ। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ସେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ।
ପରେ କକ୍ରୋଚ୍ ଜନତା ପାର୍ଟି (CJP) ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ ଏହି ଆନ୍ଦୋଳନ ଶେଷ ହୋଇଥିଲା।
Powered by Froala Editor