ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ
କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ସମାପ୍ତ ହୋଇଯାଇଛି। ଦିଲ୍ଲୀରେ ଏତେ ବଡ଼ ବିରୋଧ ପ୍ରଦର୍ଶନ କରି ଅଭିଜିତ ଦିପକେ ଜଣେ ଯୁବ ନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହି ସମୟରେ ତାଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅଭିଜିତ ଦିପକେଙ୍କ ମାଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ଜନ୍ତରମନ୍ତରରେ ପ୍ରଦର୍ଶନ ପରେ ତାଙ୍କ ବିବାହ ପାଇଁ ଅନେକ ପ୍ରସ୍ତାବ ଆସୁଛି। ଦେଇଥିବା ସାକ୍ଷାତକାରରେ ତାଙ୍କ ପିତାମାତାଙ୍କୁ ଯେତେବେଳେ ପଚରାଗଲା ଯେ ଅଭିଜିତଙ୍କ ବାହାଘର କେବେ କରାଉଛନ୍ତି, ସେତେବେଳେ ତାଙ୍କ ମାଆ ହସି ହସି କହିଲେ ଯେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନର ସଫଳତା ପରଠାରୁ ହିଁ ବିବାହ ପାଇଁ ପ୍ରସ୍ତାବ ନେଇ ଅନେକ ଫୋନ ଆସୁଛି। ଅଭିଜିତଙ୍କ ମାଆ କହିଛନ୍ତି, ‘ତାଙ୍କ ବାହାଘର ପାଇଁ ବହୁତ ଫୋନ ଆସୁଛି। ପ୍ରସ୍ତାବ ତ ପୂର୍ବରୁ ମଧ୍ୟ ଆସୁଥିଲା, କିନ୍ତୁ ବର୍ତ୍ତମାନ ବହୁତ ଅଧିକ ଆସୁଛି।
ସିଜେପି (CJP)ର ଏହି ପଦର୍ଶନରେ ଦେଶରୁ ହଜାର ହଜାର ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ପ୍ରାୟ ଏକ ମାସ ଧରି ଚାଲିଥିବା ଏହି ଆନ୍ଦୋଳନ ପରେ ସରକାର ଯୁବକ ଏବଂ ଛାତ୍ରୀଛାତ୍ରଙ୍କ ଦାବିଗୁଡ଼ିକୁ ଗ୍ରହଣ କରିନେଇଛନ୍ତି।
Powered by Froala Editor