ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......
ଭଜା ବୁଟ ଖାଇବାକୁ ଅନେକେ ପସନ୍ଦ କରନ୍ତି। ସକାଳ, ସନ୍ଧ୍ୟାରେ ଏହା ଏକ ଭଲ ଜଳଖିଆ ହୋଇଥାଏ। ଭଜାବୁଟ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। ଏଥିରେ ପ୍ରଚୁର ପ୍ରୋଟିନ୍ ସହ ଫୋଲେଟ୍, ଆଇରନ୍, କ୍ୟାଲସିୟମ, ପଟାସିୟମ ଏବଂ ତନ୍ତୁ ବା ଫାଇବର ମଧ୍ୟ ରହିଥାଏ। ତେବେ ଅନେକ ଲୋକ ବୁଟ ଖାଇବା ବେଳେ ଏହାର ଚୋପା ଫିଙ୍ଗି ଦେଇଥାନ୍ତି। ଅସଲରେ, ଭଜାବୁଟ ଚୋପାର ମଧ୍ୟ ବହୁ ଚମତ୍କାରୀ ଗୁଣ ରହିଛି।
-ଭଜାବୁଟ ଚୋପା ସହ ଖାଇଲେ ଏହା ପେଟ ପୂରି ରହିଥିବାର ଅନୁଭବ ଦିଏ ଏବଂ ଖୁବ୍ ଶୀଘ୍ର ଓଜନ ହ୍ରାସରେ ସହାୟକ ହୋଇଥାଏ।
-ଚୋପା ସହିତ ଭଜାବୁଟ ଖାଇବା ହୃଦ୍ଯନ୍ତ୍ର ପାଇଁ ମଧ୍ୟ ଉପକାରୀ।
-ଏଭଳି ବୁଟ ଖାଇବା ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଭଲ।
Powered by Froala Editor