'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ହିଁ ଭାରତର ଶକ୍ତି
ନୂଆଦିଲ୍ଲୀ: ୧୩୬ତମ 'ମନ୍ କି ବାତ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଯୁବପିଢ଼ି ହିଁ ଭାରତର ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ରେ ବିକ୍ରମ ୧ ଲଞ୍ଚକୁ ଐତିହାସିକ ସଫଳତା ବୋଲି କହିବା ସହ କ୍ୟାଚ୍ ଦି ରେନ୍ କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି । ଏହା ସହିତ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
'ମନ୍ କି ବାତ'ର ୧୩୬ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ବର୍ଷାକୁ ଧରିବା ପାଇଁ, ଜୁଲାଇ ୪ରୁ ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅଧୀନରେ ବର୍ଷାଜଳ ଅମଳ, ଭୂତଳ ଜଳ ପୁନଃଚାର୍ଜ, ପୁରୁଣା ଜଳ ଉତ୍ସର ପୁନରୁଦ୍ଧାର ଏବଂ ବୃକ୍ଷରୋପଣକୁ ଏକ ନୂତନ ପ୍ରେରଣା ଦିଆଯାଉଛି । ମୁଁ ବହୁତ ଖୁସି ଯେ ଲୋକମାନେ ସବୁଠି ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି, ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ ଏହାକୁ ସଫଳତାର ସମ୍ପର୍ଣ୍ଣ କରିଛନ୍ତି । ବର୍ଷା ପାଣିର ଗୋଟିଏ ଗୋଟିଏ ବୁନ୍ଦାକୁ ସଂରକ୍ଷିତ କରି ଜନ ଆନ୍ଦୋଳନରେ ପରିଣତ କରିବାକୁ ଅପିଲ୍ କିରିଥିଲା ଯାହା ସଫଳ ହୋଇଛି । କ୍ୟାଚ୍ ଦି ରେନ୍ କାର୍ଯ୍ୟକ୍ରମ ଅର୍ଥ ବହୁତ ସରଳ, ଯେଉଁଠି ବର୍ଷା ପାଣି ପଡିଲା ତାକୁ ସେହିଠାରେ ସଂରକ୍ଷଣ କରିବା ।''
'' ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଆଜି, ପ୍ରତିରକ୍ଷା ଉତ୍ପାଦନ ହେଉ, ପ୍ରତିରକ୍ଷା ରପ୍ତାନି ହେଉ, କିମ୍ବା ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହିତ ରାଜନୈତିକ ସହଯୋଗ ହେଉ, ଭାରତ ନିରନ୍ତର ନୂତନ ଶିଖରରେ ପହଞ୍ଚିବାରେ ଲାଗିଛି । ମାସ ଆରମ୍ଭରେ, ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠାରେ ବ୍ରହ୍ମୋସ ଏବଂ ଆସ୍ତ୍ର କ୍ଷେପଣାସ୍ତ୍ର ପାଇଁ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କିଛି ଦିନ ତଳେ ଭାରତୀୟ ନୌସେନାରେ ସାମିଲ ହୋଇଛି ଆଇଏନଏସ ମହେନ୍ଦ୍ରଗିରି । ଭାରତର ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି । "
Powered by Froala Editor