ହତ୍ୟା ଖବର ମିଛ, ନିଶା ବଞ୍ଚିଛନ୍ତି
ଜାତୀୟସ୍ତରର କୁସ୍ତିଯୋଦ୍ଧା ନିଶା ଦହିୟା ଓ ତାଙ୍କ ଭାଇ ସୁରକ୍ଷିତ ଅଛନ୍ତି । ନିଜେ ନିଶା ଏକ ଭିଡିଓ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି । ନିଶା ଓ ତାଙ୍କ ଭାଇଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ହତ୍ୟା କରାଯାଇଥିବା ଖବରକୁ ନିଜେ ଖଣ୍ଡନ କରିଛନ୍ତି ନିଶା। ଏକ ଭିଡିଓ ଜାରି କରି ନିଶା କହିଛନ୍ତି ଯେ, ମୁଁ ସୁସ୍ଥ ଅଛି। ହତ୍ୟା ଖବରଟି ଫେକ୍ ବୋଲି ସେ କହିଛନ୍ତି। ମୁଁ ଏବେ ଗୋଣ୍ଡାରେ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଅଛି। ଏନେଇ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଛି। ସେଥିରେ ନିଶା ଉପରୋକ୍ତ କଥା କହୁଥିବା ଦୃଶ୍ୟମାନ ହେଉଛି।
ଟିଭି ଚ୍ୟାନେଲଠାରୁ ଆରମ୍ଭ କରି ୱେବ୍ ସାଇଟର ଶିରୋନାମା ପାଲଟି ଥିଲା ନିଶାଙ୍କୁ ହତ୍ୟା କରାଯାଇଥିବା ଖବର । ହରିୟାଣାରେ ଏକ ଗୁଳିକାଣ୍ଡରେ ନିଶା ଦହିୟା ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ନାଁ ସମାନ ଥିବାରୁ ନ୍ୟାଶନାଲ ଚାମ୍ପିୟନ ନିଶାଙ୍କୁ ହତ୍ୟା କରାଯାଇଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଖବର ପ୍ରସାରିତ କରିଥିଲେ ।
ସୂଚନା ଅନୁଯାୟୀ, ୫ ଦିନ ପୂର୍ବରୁ ସର୍ବିଆର ବେଲଗ୍ରେଡରେ ୨୩ ବର୍ଷରୁ କମ୍ ଅନୁଷ୍ଠିତ ରେସଲିଂ ବିଶ୍ୱ ଚାମ୍ପିଅନସିପରେ ନିଶା ଦହିୟା ୬୫କେଜିରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନ୍ୟ ମହିଳା ରେସଲରଙ୍କ ତାଙ୍କ ସଫଳତା ପାଇଁ ପ୍ରଶଂସା କରିଥିଲେ।
Powered by Froala Editor