ଟ୍ରେଲର ସହ ଧକ୍କା ପରେ ଜଳିଗଲା ବସ୍ : ୧୨ ମୃତ

ରାଜସ୍ଥାନର ବାରମେର ଜିଲ୍ଲାର ଯୋଧପୁର ଜାତୀୟ ରାଜପଥରେ ଥିବା ଭଣ୍ଡିଆବାସ ଗ୍ରାମ ନିକଟରେ ବସ୍ ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଥିଲେ । ଅଗ୍ନିକାଣ୍ଡ ଫଳରେ ୧୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା ସମୟରେ ବସରେ ୨୫ ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବସ୍ଟି ସକାଳ ୯.୫୫ରେ ବାଲୋତ୍ରାରୁ ବାହାରିଥିଲା। ତେବେ ରଙ୍ଗ ରୁଟ୍ରେ ଆସୁଥିବା ଟ୍ୟାଙ୍କର ସହ ଧକ୍କା ହେବା ଯୋଗୁ ବସ୍ଟି ଜଳି ଯାଇଥିବା ପ୍ରାଥମିକ ସୂତ୍ରରୁ ପ୍ରକାଶ । ଏହି ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ ଜାମ୍ ହୋଇଥିଲା । ତେବେ ଏହି ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହାତଙ୍କୁ ଚିକିତ୍ସା କରିବାକୁ ମଧ୍ୟ କହିଛନ୍ତି ଅଶୋକ ଗେହଲଟ ।
Powered by Froala Editor