ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀ ମୃତ
ସମ୍ବଲପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀ ମୃତ। ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଳକର ଆମିଲିପାନି ଠାରେ ବିଦ୍ୟୁତ ତାର ଲାଗି ଆଜି ଭୋର ସକାଳୁ ଏକ ହାତୀର ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଛାନ ଭିନ ଆରମ୍ଭ କରିଛି ।
ଶିକାରୀ ମାନେ ବାରହା ଶିକାର ପାଇଁ ସଦର ଫରେଷ୍ଟ ରେଞ୍ଜର ଅମିଲିପାଲି ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିବା ବେଳେ ଏହି ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
Powered by Froala Editor