ଯୌତୁକ ନିର୍ଯାତନା : ନବବଧୂକୁ ମାରି ଝୁଲାଇଦେଲେ

ଯୌତୁକ ନିର୍ଯାତନା ଯୋଗୁଁ ପୁଣି ଜଣେ ନବବଧୂକୁ ମାରି ଦିଆଯାଇଥିବା ଅଭିଯୋଗ ଆସିଛି । ନୟାଗଡ ସଦର ଥାନା ଅଧୀନ ଶିମିଳିସାହି ଗାଁରେ ଏ ଘଟଣା ଘଟିଛି । ବଧୂଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଲିିସ ତଦନ୍ତ କରୁଛି । କିନ୍ତୁ ଶାଶୂ ଘର ଲୋକେ ଫେରାର ହୋଇଯାଇଛନ୍ତି ।
ଅଭିଯୋଗ ଅନୁସାରେ, ଶରଣକୁଳ ଥାନା କଟରାଝରି ଗାଁର ଲିଜା ନାହାକ ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗ୍ରାମର କୃଷ୍ଣ ନାୟକଙ୍କୁ ପ୍ରାୟ ବର୍ଷେତଳେ ବିବାହ କରିଥିଲେ l ତେବେ ଦୀର୍ଘଦିନ ଧରି ଲିଜାଙ୍କୁ ପରିବାର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିବା ବେଳେ ଗତକାଲି ଲିଜାଙ୍କୁ ଶାଶୁଘର ଲୋକ ସଙ୍ଘବଧ ଭାବେ ହତ୍ୟା କରିଥିବା ଲିଜାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ବେଳେ ଘଟଣାସ୍ଥଳରୁ ଲିଜାଙ୍କ ଶାଶୂ ଘର ଲୋକେ ଫେରାର ରହିଛନ୍ତି l
Powered by Froala Editor