ନବୀନ ନିବାସ ଅଭିମୁଖେ ବିଜେପିର ବିଶାଳ ରାଲି

ଭୁବନେଶ୍ୱର: ଆଜି କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବାର କାର୍ଯ୍ୟକ୍ରମ ରହିଛି । ଆଜି ମମିତା ମେହେର ମୃତୁ୍ୟକୁ ମାସେ ପୁରିଥିଲେ ମଧ୍ୟ ଏଯାଏଁ ମମିତାଙ୍କ ପରିବାରକୁ ମିଳିପାରିଲା ନାହିଁ । ଏଥିପାଇଁ ସାରା ରାଜ୍ୟରେ ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ଆଜି ନବୀନଙ୍କ କଳାହାଣ୍ଡି ଗସ୍ତକୁ ସଫଳ କରାଇଦେବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛି ।
ବର୍ତ୍ତମାନ ବିଜେପିର ଏକ ବିଶାଳ ରାଲି ରାଜମହଲ ଛକରୁ ବାହାରି ଶିଶୁଭବନ ଛକ ଦେଇ ନବୀନ ନିବାସ ଅଭିମୁଖେ ଯାତ୍ରା କରୁଛନ୍ତି । ନାରାବାଜି ସହ ବିଜେପିକର୍ମୀ ମାନେ କଳାପତାକା ପ୍ରଦର୍ଶନ କରୁଛନ୍ତି । ଏଥିପାଇଁ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ କଳାପତାକା ପ୍ରଦର୍ଶନ କରୁଥିବା କିଛି ବିଜେପିକର୍ମୀଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି । ଅନ୍ୟପଟେ କଳାହାଣ୍ଟିରେ ମଧ୍ୟ ଆଜି ଓଡିଶାର ସମସ୍ତ ୩୧୪ ବ୍ଲକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହିତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରାଯିବ ଓ କଂଗ୍ରେସ ପକ୍ଷରୁ ମଧ୍ୟ ଆଜି କଳାହାଣ୍ଡିରେ ଜନତା କର୍ଫୁ୍ୟ ଡାକରା ଦିଆଯାଇଛି ।
Powered by Froala Editor