ଆଜି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

କଳାହାଣ୍ଡି: ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୧ଟାରେରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପହଁଞ୍ଚି ଓୟୁଏଟି ଅଡିଟୋରିୟମରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ମମିତା ମେହେର ହତ୍ୟାରେ ସାରା ଓଡିଶା ତାତି ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଡା ନିନ୍ଦା କରୁଛି ବିଜେପି । ଗସ୍ତ ସମୟରେ ପୁରା କଳାହାଣ୍ଡିରେ ଚକାଜାମ କରାଯିବ ବୋଲି ବିଜେପି ପୂର୍ବରୁ ଚେତାବନୀ ଦେଇଛି । ମମିତା ହତ୍ୟାକାଣ୍ଡ ଘଟଣାରେ ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଏଯାଏଁ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି ।
ତେଣୁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପି ବିରୋଧ କରିବ । ଏହା ପୂର୍ବରୁ ରବିବାର କଳାହାଣ୍ଡି ଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯାଇଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ମଧ୍ୟ ଆଜି କଳାହାଣ୍ଡିରେ ଜନତା କର୍ଫୁ୍ୟ ଡାକରା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ୱରଠାରୁ ବିମାନ ଯୋଗେ ଉତକେଲା ଏୟାରଷ୍ଟ୍ରିପ୍ରେ ଅବତରଣ କରିବେ । ସେଠାରୁ ହେଲିକପ୍ଟର ଯୋଗେ ଭବାନୀପାଟଣା ଓୟୁଏଟି ପରିସରକୁ ଯିବେ । ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମସ୍ତଙ୍କ କୋଭିଡ୍ ପରୀକ୍ଷା କରାଯାଇଛି ।
Powered by Froala Editor