କାର୍ୟ୍ୟରେ ଅବହେଳା, ରେଞ୍ଜର ନିଲମ୍ବିତ

କରଞ୍ଜିଆ :କାର୍ୟ୍ୟରେ ଅବହେଳା ପାଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡାଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଛନ୍ତି। ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି।
ଗତକାଲି ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ଗିରଫ ହୋଇଥିଲେ। ସେ ହାତୀ ଉପଦ୍ରବ ଦ୍ୱାରା କ୍ଷତି ସହିତ ଲୋକଙ୍କୁ ସହାୟତା ବାବଦକୁ ୪୬,୬୦୦ ଟଙ୍କା ପ୍ରଦାନ କରିବା ବଦଳରେ ନିଜ ବ୍ୟାଙ୍କ ଖାତାରେ ଏହାକୁ ଜମା କରି ଦେଇଥିଲେ। କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କଠାରୁ ଏସଂପର୍କରେ ଅଭିଯୋଗ ପାଇବା ପରେ କରଞ୍ଜିଆ ପୁଲିସ୍ ମୃତ୍ୟୁଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ହାତୀ ଉପଦ୍ରବ ଯୋଗୁ କ୍ଷତି ସହୁଥିବା ଲୋକଙ୍କୁ ସହାୟତା ରାଶି ଦିଆଯାଉ ନଥିବା ଓ ଏଥିରେ ବଡ଼ ଧରଣର ଘୋଟାଲା ହେଉଥିବା ନେଇ ଜଣେ ଚାଷୀ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କ ସମେତ ୫ଟି ସଚିବଙ୍କ ଠାରେ ଅଭିଯୋଗ କରିଥିଲେ।
ଏହି କ୍ରମରେ ତଦନ୍ତ ପରେ ଡାଟା ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ଟଙ୍କା ହଡ଼ପ କରିଥିବା ଜାଣିବାକୁ ପାଇଥିଲେ କରଞ୍ଜିଆ ବନଖଣ୍ଡ ଅଧିକାରୀ। ଏହା ପରେ ମୃତ୍ୟୁଞ୍ଜୟ ଗିରଫ ହୋଇଥିଲେ ଓ ଦୁଧିଆଣି ରେଞ୍ଜରଙ୍କୁ ନିଲମ୍ବନ କରାଯାଇଛି।
Powered by Froala Editor