ନିଶା ବଟିକା ଦେଇ ସ୍ତ୍ରୀ ଓ ୧୦ ବର୍ଷ ପୁଅର ତଣ୍ଟି ଚିପିଦେଲା
ଭୁବନେଶ୍ୱର ତମାଣ୍ଡୋ ଥାନା ଅଂଚଳର କଳିଙ୍ଗନଗରରେ ମା’-ପୁଅଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ ସ୍ୱାମୀ ଅବନୀ ମଙ୍ଗରାଜକୁ ପୁଲିସ ଗିରଫ କରିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତମାଣ୍ଡୋ ଥାନା କଳିଙ୍ଗ ନଗର ଅଞ୍ଚଳରେ ରୁହନ୍ତି ସ୍ୱର୍ଣ୍ଣଲତା, ତାଙ୍କ ସ୍ୱାମୀ ଅବନୀ ଓ ୧୦ ବର୍ଷର ପୁଅ। ଆଜି କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ଘରର କବାଟ ଖୋଲି ନଥିଲା। ଅପରାହ୍ନରେ ଘର ଭିତରେ ସ୍ୱର୍ଣ୍ଣଲତା ଓ ତାଙ୍କ ପୁଅଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ତମାଣ୍ଡୋ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର ସେହି ସମୟରେ ଘରେ ସ୍ୱର୍ଣ୍ଣଲତାଙ୍କ ସ୍ୱାମୀ ନଥିଲେ। ଘର ପାଖରେ ବୁଲୁଥିବା ସମୟରେ ସନ୍ଧ୍ୟା ସମୟରେ ପୁଲିସ ଅବନୀଙ୍କୁ ଗିରଫ କରିଛି । ପୁଲିସ ଓ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।
ସୂଚନା ଅନୁସାରେ ଅବନୀ ରାତିରେ ଖାଇବାରେ ନିଦ ଔଷଧ ମିଶାଇ ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ଦେଇଥିଲେ । ରାତି ୩ଟା ବେଳେ ଶୋଇଥିବା ଅବସରରେ ନିଜ ପୁଅ ଓ ସ୍ତ୍ରୀକୁ ଓଢଣୀ ସାହାଯ୍ୟରେ ତଂଟି ଚିପି ହତ୍ୟା କରିଥିଲେ । ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଛୁରି ସାହାଯ୍ୟରେ ହାତ କାଟିଥିଲେ ବି, ଆତ୍ମହତ୍ୟା କରିବାକୁ ସେ ବିଫଳ ହୋଇଥିଲେ । କିଛି ଉପାୟ ନ ପାଇ ପରେ ସେ ଘର ପାଖରେ ବୁଲୁଥିବା ସମୟରେ ପୁଲିସ ତାଙ୍କୁ ଗିରଫ କରିଛି ।
Powered by Froala Editor