ପ୍ରପୋଜ କଲେନି ବୋଲି ପ୍ରେମିକ ନାଁରେ ମାମଲା ରୁଜ କଲେ ପ୍ରେମିକା
୮ ବର୍ଷ ହେଲା ରିଲେସନସିପରେ ଥିଲେ ପ୍ରେମିକ ଓ ପ୍ରେମିକା । ଉଭୟଙ୍କର ଏକ ସନ୍ତାନ ମଧ୍ୟ ଅଛି । କିନ୍ତୁ ରିଲେସନସିପ୍ର ଏତେ ଦିନ ଭିତରେ ଥରୁଟିଏ ବି ପ୍ରେମିକ ତା ପ୍ରେମିକାକୁ ପ୍ରପୋଜ କରିନାହିଁ । ଏଥିରେ ରାଗି ଯାଇ ପ୍ରେମିକା ମାମଲା ରୁଜୁ କରିଛି । ଏଭଳି ଅଜବ ଗଜବ ଘଟଣା ଘଟିଛି ଜାମ୍ବିଆରେ ।
ଯୁବତୀଙ୍କ ନାଁ ନାଗୋମା । ନାଗୋମାଙ୍କ କହିବା ମୁତାବକ, ସେ ଓ ତାଙ୍କ ପାର୍ଟନର ହର୍ବର୍ଟଙ୍କ ସହ ଗତ ୮ ବର୍ଷ ହେବ ରିଲେସନସିପରେ ଅଛନ୍ତି । ଏହି ସମ୍ପର୍କରୁ ଉଭୟଙ୍କର ଏକ ସନ୍ତାନ ମଧ୍ୟ ଅଛି । କିନ୍ତୁ ତାଙ୍କ ପ୍ରେମିକ ଆଜିଯାଏଁ ଯୁବତୀଙ୍କୁ ବିବାହ ପାଈଁ ପ୍ରପୋଜ କରିନାହାନ୍ତି । ପୁଅର ମା’ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇନାହାଁନ୍ତି। ଏଭଳି ପରିସ୍ଥିତିରେ ନାଗୋମା ଗତ କିଛି ବର୍ଷ ଧରି ଅପେକ୍ଷା କରି ରହିଥିଲେ ଯେ ବର୍ତ୍ତମାନ ହର୍ବର୍ଟ ତାଙ୍କୁ ଏକ ରିଙ୍ଗ ପିନ୍ଧାଇ ପ୍ରପୋଜ କରିବେ । କିନ୍ତୁ ନାଗୋମା, ଅପେକ୍ଷା କରି କରି ଦୁଃଖିତ ହୋଇଥିଲେ ଶେଷରେ ମାମଲାକୁ କୋର୍ଟକୁ ନେବାକୁ ସ୍ଥିର କଲେ । ପ୍ରେମିକର ଉଦ୍ଦେଶ୍ୟ ଉପରେ ସନ୍ଦେହ କରି ଯୁବତୀ ଜଣଙ୍କ ତାଙ୍କ ଉପରେ ମାମଲା ରୁଜୁ କରିଛନ୍ତି।
Powered by Froala Editor