ଆଜି ବସିବ କେନ୍ଦ୍ର ଟିକାକରଣ ବୈଠକ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଦିନକୁ ଦିନକୁ ହ୍ରାସ ପାଉଥିବାବେଳେ, ତୃତୀୟ ଲହରକୁ ନେଇ ସମସ୍ତେ ଚିନ୍ତାରେ । କରୋନା କବଳରୁ ନିଜକୁ କିପରି ରକ୍ଷା କରିବେ, ସେ ନେଇ ସମସ୍ତେ ଚିନ୍ତିତ । ତେବେ କରୋନା କବଳରୁ କିଛି ମାତ୍ରାରେ ବଞ୍ଚିବା ପାଇଁ କରୋନା ଟିକା ଏକମାତ୍ର ଅସ୍ତ୍ର ପାଲଟିଛି । ତେବେ ସାରା ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।
ତେବେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଟିକାକରଣ ବୈଠକ ବସିବ । ଏହି ବୈଠକରେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଦ୍ରୁତ ଟିକାକରଣ ବାବଦରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଟିକାକରଣ ପ୍ରକ୍ରିୟାକୁ କିଭଳି ଭାବେ ଅଧିକ ମାତ୍ରାରେ ତ୍ୱରାନ୍ୱିତ କରାଯିବ, ତାହା ହେଉଛି ଏହି ବୈଠକର ମୂଳ ଲକ୍ଷ ।
ଗତ ୨୧ ତାରିଖରେ ଭାରତରେ ରେକର୍ଡ ଛୁଇଁଥିଲା ଟିକାକରଣ । ଅନ୍ୟପଟେ ଦଶହରା ପରେ ପଶ୍ଚିମବଙ୍ଗରେ ହୁ ହୁ ବଢୁଛି କରୋନା ସଂକ୍ରମଣ ।
Powered by Froala Editor