ଗୁପ୍ତ ତଥ୍ୟ ଲିକ୍ କରି ୩ ନୌସେନା ଅଧିକାରୀ ଗିରଫ
ଶତ୍ରୁ ଦେଶକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ସିବିଆଇ ୩ ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରିଛି । ଏଥିରେ ୨ଜଣ ଅବସରପ୍ରାପ୍ତ କର୍ମଚାରୀ ଥିବା ବେଳେ ଜଣେ କାର୍ଯ୍ୟରତ କମାଣ୍ଡର ରହିଛନ୍ତି । ମୁମ୍ବାଇ ଡିପୋରେ କମାଣ୍ଡର କାର୍ଯ୍ୟ କରୁଥିବା ବେଳେ ଦିଲ୍ଲୀରେ ତଥ୍ୟ ଲିକ୍ କରାଯାଇଥିଲା ।
ଭାରତର ଏକ ବୁଡା ଜାହାଜର ଆଧୁନିକୀକରଣର ତଥ୍ୟ ଏମାନେ ଲିକ୍ କରାଇଥିଲେ । ଏଜେନ୍ସିର ଅଧିକାରୀ କହିଛନ୍ତି, ଏହି ମାମଲାରେ ସିବିଆଇ ଏ ପର୍ଯ୍ୟନ୍ତ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସହିତ ମୋଟ୍ ୧୯ ସ୍ଥାନରେ ତଲାସି ନେଇଥିଲା। ଏଥିରେ ଯାଞ୍ଚ ଏଜେନ୍ସିକୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ସହିତ ଡିଜିଟାଲର ପ୍ରମାଣ ମିଳିଛି। ମାମଲାର ଯାଞ୍ଚ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସିବିଆଇ ପଚରାଉଚୁରା କରିବ। ଜବତ ହୋଇଥିବା ଡିଜିଟାଲ ଉପକରଣର ଫରେନ୍ସିକ ଲ୍ୟାବରେ ଯାଞ୍ଚ ଚାଲିଛି। ନୌସେନାର ଜଣେ ଭାଇସ ଆଡମିରାଲ ନେତୃତ୍ୱରେ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ।
Powered by Froala Editor