ପୁଅ ପାଇଁ କ୍ଷତିରେ ଶାହରୁଖ : ଲାୟନ ଫିଲ୍ମରୁ ଓହରିଲେ ନୟନତାରା

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ଏନସିବି ଅଭିଯୋଗ କରିଛି ଯେ ଆର୍ୟନ କେବଳ ଡ୍ରଗ୍ସ ବ୍ୟବହାର କରୁନାହାଁନ୍ତି, ବରଂ ସେ ବେଆଇନ ଭାବେ ଡ୍ରଗ୍ ଚୋରା କାରବାରରେ ମଧ୍ୟ ଜଡିତ ଥିଲେ। ଅନ୍ୟପକ୍ଷରେ ଆର୍ୟନଙ୍କ ଓକିଲମାନେ ହାଇକୋର୍ଟରେ ଅତିରିକ୍ତ ନୋଟ୍ ଦାଖଲ କରି କହିଛନ୍ତି ଯେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଏବଂ କିଛି ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଚାର କରାଯାଉଥିବା ଅଭିଯୋଗ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ।
ତେବେ ଏସବୁ ମାମଲା ଭିତରେ ଶାହରୁଖ ବହୁ କ୍ଷତି ସହିଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀଙ୍କ ଆଗାମୀ ଫିଲ୍ମ ଲାୟନରୁ ନୟନତାରା ଓହରି ଯାଇଥିବା ନେଇ ଇଣ୍ଡିଆ ଗ୍ଲିଟଜରେ ଖବର ପ୍ରକାଶ ପାଇଛି । ବିଧିବଦ୍ଧ ଭାବେ ଏ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ଶାହାରୁଖ ଓ ନୟନତାରାଙ୍କ ଯୋଡି ଫିଲ୍ମରେ ଧମାଲ ମଚାଇବା ବୋଲି ଆଶା କରାଯାଉଥିଲା । ନୟନତାରାଙ୍କ ସ୍ଥାନରେ ସାମନ୍ଥା ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଆଶା କରାଯାଉଛି ।
Powered by Froala Editor