ଜାଣନ୍ତୁ କେବେ ଆସିବ କର୍ବେଭାକ୍ସ ଟିକା

ହାଇଦ୍ରାବାଦ: ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉପôାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି । ପ୍ରଥମ ଦିନରେ କମ୍ପାନୀ ପାଖାପାଖି ୧୦ କୋଟି ଡୋଜ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ କର୍ବେଭାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଥିବା କମ୍ପାନୀର ପରିଚାଳନା ନିଦେ୍ର୍ଧଶକ ମହିମା ଡାଟଲା ସୋମବାର କହିଛନ୍ତି । ନଭେମ୍ବରରେ ଏହି ପରୀକ୍ଷା ଶେଷ ହେବା ପରେ ଲାଇସେନ୍ସ ମିଳିଯିବ ।
୨୦୨୨ ଶେଷ ସୁଦ୍ଧା ୧୦୦ କୋଟି କୋଭିଡ ଟିକା ଉପôାଦନ ନିମନ୍ତେ କାରଖାନାର ସାମର୍ଥ୍ୟ ବଢ଼ାଇବା ପାଇଁ ଆମେରିକା ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି) ୫୦ ନିୟୁତ ଡଲାର ଯୋଗାଇ ଦେବ । ଏଥିପାଇଁ ସୋମବାର ଡିଏଫସି ସହ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।
Powered by Froala Editor