ସୋନିଆଙ୍କୁ ଭେଟିଲେ ନିରଞ୍ଜନ
ନୂଆଦିଲ୍ଲୀ: ରାଜ୍ୟରେ କଂଗ୍ରେସର ଯେଉଁ ଦୂରାବସ୍ତା ଲାଗି ରହିଛି । ଏଭଳି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ରାଜ୍ୟରେ କଂଗ୍ରେସର ଗଡ଼ ଦୃଢ କରିବା ସହିତ ସ୍ଥିତି ସୁଧାରିବାକୁ ନିରଞ୍ଜନ ସୋନିଆ ଗାନ୍ଧୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି ।
ଦୁଇ ଦିନ ପରେ ଅର୍ଥାତ୍ ୨୬ ତାରିଖରେ କଂଗ୍ରେସର ସମସ୍ତ ପିସିସି ସଭାପତିଙ୍କୁ ନେଇ ବୈଠକ ହୋବକୁ ଥିବା ବେଳେ ଏହା ପୂର୍ବରୁ ଦିଲ୍ଲୀରେ ପହଞ୍ଚିଛନ୍ତି ନିରଞ୍ଜନ ।
ତେବେ ଆସନ୍ତା ନିର୍ବାଚନ ପୂର୍ବରୁ କଂଗ୍ରେସ ସବୁ ରାଜ୍ୟରେ ନିଜ ସ୍ଥିତି ସୁଧାରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଯାହାକୁ ନେଇ ଆସନ୍ତା ୨୬ ତାରିଖରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଗୁରୁତବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ।
Powered by Froala Editor